ଆଜିର ରାଶିଫଳ; 06 ଜୁନ 2021 ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆପଣ ଯେତେବେଳେ ନିଜର ସମ୍ପର୍କିୟ ଲୋକ ସହ ଆଳାପ ଆଲୋଚନା କରୁଛନ୍ତି ନିଜର ଭାଷା ପ୍ରତି ସଂଯତ କରନ୍ତୁ । କିଛି କହିବା ପୂର୍ବରୁ ବିଶେଷ ଧ୍ୟାନ ଦିଅନ୍ତୁ । କେବଳ ଆପଣଙ୍କର ସାବଧାନତା ହିଁ ଆପଣଙ୍କୁ ବିପଦରୁ ଦୂରେଇ ରଖିବେ ।

ବୃଷ

ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।

ମିଥୁନ

ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା ।

କର୍କଟ

କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।

ସିଂହ

ବହୁଦିନ ଧରି ଥିବା ସମସ୍ୟାର ସମାଧାନ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।

କନ୍ୟା

ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ ।

ତୁଳା

ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।

ବିଛା

ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ ।

ଧନୁ

ଆଜି ଆପଣଙ୍କ ଆତ୍ମତ୍ଜ୍ଞାନ ଆଧ୍ୟାତ୍ମିକ ଦିଗରେ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଛି । ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟରେ ବିଚାର କରିବେ । ଏହା ଦ୍ୱାରା ଆପଣ ନିଜ ଜୀବନ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବେ ।

ମକର

ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।

କୁମ୍ଭ

ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ ।

ମୀନ

ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି ।