ପ୍ରିୟଙ୍କା ଚୋପଡା ଦେଶର ମୁଣ୍ଡ ଗର୍ବରେ ଆହୁରି ଉପରକୁ ଉଠାଇଲେ,ଆମେରିକା ସଂସ୍ଥା UNICEFଦେଲା ବିଶେଷ ପୁରସ୍କାର !

ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପଦା ଜଣେ ମଧ୍ୟବିତ୍ତ ପରିବାର ର ଥିଲେ କିନ୍ତୁ ଆଜିକା ସମୟ ରେ ସେ ବଲିଉଡ ରେ ଜଣେ ସଫଳ ଅଭିନେତ୍ରୀ ହେବା ସହ ହଲିଉଡ଼ ଜଗତ ରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ରୂପେ ସଫଳ ହେଇପାରିଛନ୍ତି I 2000 ମସିହା ରେ ପ୍ରିୟଙ୍କା ଚୋପଦା ବିଶ୍ୱ ସୁନ୍ଦରୀ ବିଜେତା ମଧ୍ୟ ହେଇଥିଲେ I ଏବଂ ଅନେକ ସମୟ ରେ ନିଜ ର ସାମାଜିକ କାର୍ଯ୍ୟ କରିବା କୁ ନେଇ ମଧ୍ୟ ଲୋକପ୍ରିୟ ହେଇଥାନ୍ତି I ବର୍ତମାନ ସମୟ ରେ ପ୍ରିୟଙ୍କା ଚୋପଦା ଅନେକ ହଲିଉଡ଼ ଫିଲ୍ମ ଓ ଟିଭି ସୋ ରେ କାମ କରୁଛନ୍ତି I ବିଗତ ଦିନ ରେ କିନ୍ତୁ ପ୍ରିୟଙ୍କା ଚୋପଦା UNICEF ରୁ ଏକ ବିଶେଷ ପୁରସ୍କାର ହାସିଲ କରିଛନ୍ତି I ଏହି ପୁରସ୍କାର ର ନାମ ହେଉଛି “ଡେନି କାୟେ ମନବତାବାଦୀ ପୁରସ୍କାର” I


UNICEF ର ଏହି ଆୱାର୍ଡ “ଡେନି କାୟେ ମନବତାବାଦୀ ପୁରସ୍କାର” ର ନାମ ଆମେରିକୀ ଅଭିନେତା ଓ ସମାଜ ସେବନ ଡେନି କାୟେ ଙ୍କ ନାମ ରେ ରହିଛି I ଜୁନ 2019 ରେ UNICEF ଏହା ର ଘୋଷଣା କରିଥିଲା I UNICEF ର ଏହି ବିଜେତା ପ୍ରିୟଙ୍କା ଚୋପଦା ଅଟନ୍ତି I ବିଗତ ମଙ୍ଗଳବାର ପ୍ରିୟଙ୍କା ଚୋପଦା ଏହି ଆୱାର୍ଡ ହାସିଲ କରିଛନ୍ତି I ଏହି ଆୱାର୍ଡ କୁ ଫ୍ୟାସନ ଡିଜାଇନର ଡାୟନେ ବାନ ନିଜ ହାତ ରେ ହିଁ ପ୍ରିୟଙ୍କା ଙ୍କୁ ଏହି ଆୱାର୍ଡ ଦେଇଛନ୍ତି I

ବିଗତ 13 ବର୍ଷ ହେବ ପ୍ରିୟଙ୍କା UNICEF ରେ କାମ କରୁଛନ୍ତି I ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି କି ସମାଜ ସେବା କରିବା ଜୀବନ ର ଏକ ମାଧ୍ୟମ ଅଟେ ଏବଂ ଯେଉଁ ଦିନ ମୁ ଅଭିନେତ୍ରୀ ହେଇଥିଲି ସେହି ଦିନ ହିଁ ମୁ ନିଷ୍ପତି ନେଇଥିଲି ସମାଜ ସେବା କରିବି I ପ୍ରଥମେ ଆମେ ଠେଲେସିମିୟା ଗ୍ରସିତ ପିଲା ଙ୍କ ପାଁଇ କାମ କରିବା ଆରମ୍ଭ କରିଥିଲୁ I

ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି ମେରୀ ମୋତେ UNICEF ସଂଗଠନ ବିଷୟ ରେ ଜଣାଇଥିଲେ ଓ ଏହା ପରେ ମୁ ଏହା ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲି I ଏହା ର କିଛି ବର୍ଷ ପରେ ମୋତେ ଭାରତ ର ରାଷ୍ଟ୍ରଦୂତ କରାଯାଇଥିଲା I ଏବଂ ଏହି ଘଟଣା କୁ 13 ବର୍ଷ ପୁରା ହେଇଯାଇଛି I

ପ୍ରିୟଙ୍କା ଙ୍କ ର ଏହି ବଡ଼ ଉପଲବ୍ଧି କୁ ନେଇ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବେଶ ଅଧିକ ପ୍ରଶଂସା କରିଛନ୍ତି I ସୋସିଆଲ ମିଡ଼ିଆ ରେ ମଧ୍ୟ ପ୍ରିୟଙ୍କା ଏହି ଘଟଣା କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I