ଜାଇଫଳ ଅନେକ ରୋଗ ପାଇଁ ଅଟେ ରାମବାଣ, ଏହା ଦ୍ୱାରା ସ୍ୱାସ୍ଥ୍ୟ କୁ ମିଳିଥାଏ ଅନେକ ଲାଭ

ପ୍ରତୋକ ଘରେ ରୋଷେଇ ରେ ଜାଇଫଳ ର ବ୍ୟବହାର ହେଇଥାଏ I ଏହା ଏକ ଗୁଣକାରୀ ମସଲା ଅଟେ I ଭୋଜନ କୁ ସ୍ୱାଦିଷ୍ଟ କରିବା ରେ ଏହା ସହାୟକ ହେଇଥାଏ I ଏହା ଖୁବ ସୁଗନ୍ଧ ଯୁକ୍ତ ଖାଦ୍ୟ ହେଇଥାଏ I ଏହି ଜାଇଫଳ କଫ ଓ ପିତ ଆଦି ସମସ୍ୟା କୁ ଦୂର କରିଥାଏ I ଜାଇଫଳ ରେ ଫାଇବର , ଅଣ୍ଟିଆକ୍ସିଡେଣ୍ଟ , ଭିଟାମିନ ଆଣ୍ଡ ଇନ୍ଫ୍ଲଏମେଟ୍ରି ଓ ମିନେରାଲସ ଆଦି ପୋଷାକ ତତ୍ୱ ରହିଥାଏ I ଏହା ଅନେକ ପ୍ରକାର ର ରୋଗ ପାଁଇ ଲାଭକାରୀ ହେଇଥାଏ I ଜାଇଫଳ ଏସୀୟ ମହାଦେଶ ର ଫଳ ଅଟେ I ଏହି ଫଳ କୁ ଅଧିକ ମାତ୍ର ରେ ଇଣ୍ଡୋନେସିଆ ପାଖ ରେ ଥିବା ଦୀପ ମାନଙ୍କ ରେ ବି ଦେଖିବାକୁ ମିଳିଥାଏ I

ଆଜି ଆମେ ଏହି ଜାଇଫଳ ର ଉପକାରିତା ବିଷୟ ରେ ଆଲୋଚନା କରିବା

ଗଣ୍ଠି ରୋଗ ରୁ ରକ୍ଷ୍ୟା କରିଥାଏ

ଯଦି କୌଣସି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରହିଥାଏ ତେବେ ଜାଇଫଳ ତେଲ ବାହାର କରି ଗଣ୍ଠି ଜନିତ ସମସ୍ୟା ରୁ ଆପଣ ଙ୍କୁ ଦୂର କରିଥାଏ I ଜାଇଫଳ ର କଢ଼ା ର ସେବନ ଲୋକ ଙ୍କ ର ସ୍ଵାସ୍ତ୍ୟ ପାଁଇ ଉତ୍ତମ ଅଟେ I

ପାଇଲସ

ପାଇଲସ କିମ୍ଭା କବ୍ଜ ପରି ସମସ୍ୟା ରେ ଜାଇଫଳ ଆଦି ରୋଗ ଭଲ ହେଇଥାଏ I କବ୍ଜ ପାଁଇ ଏହା ଏକ ଉପକାରୀ ଅଟେ I ଏବଂ ଅନେକ ରୋଗ ରୁ ରକ୍ଷ ବି ମିଳିଥାଏ I ଏହି ଜାଇଫଳ କୁ ଦେଶୀ ଘିଅ ସହ ମିଶାଇ ସେବନ କରିବା ଉଚିତ I

ମୁଣ୍ଡ ବ୍ୟଥା

ଆଜିକାଲି ସମୟ ରେ ଲୋକେ ନିଜ ର ଦୈନିକ ଜୀବନ ରେ ବ୍ୟସ୍ତ ରହିଥାନ୍ତି I ଯାହା ଦ୍ୱାରା ନିଜ ସ୍ଵାସ୍ତ୍ୟ ର ଯତ୍ନ ଠିକ ରେ ନେଇପାରନ୍ତି ନାହିଁ I ଯାହା ଦ୍ୱାରା ସାଧାରଣ ଜୀବନଶୈଳୀ ରେ ନାନା ସମସ୍ୟା ର ସମୁଖୀନ କରିବାକୁ ପଡିଥାଏ I ଲୋକେ ମୁଣ୍ଡ ବ୍ୟଥା ପାଁଇ ଅନେକ ଔଷଧ ର ସେବନ କରନ୍ତି କିନ୍ତୁ ଏପରି ମୁଣ୍ଡ ବ୍ୟଥା ସମୟ ରେ ଆପଣ କଞ୍ଚା କ୍ଷୀର ରେ ଜାଇଫଳ ମିଶାଇ ସେବନ କରିବା ଲାଭଦାୟକ ହେଇଥାଏ I

ଏସିଡ଼ିଟି

ଲୋକ ଙ୍କ ର ଅନିୟମିତ ଖାଦ୍ୟ ପେୟ କାରଣ ରୁ ପେଟ ରେ ଏସିଡ଼ିଟି ପରି ସମସ୍ୟା ରହିଥାଏ I ତେବେ ଏସିଡ଼ିଟି କାରଣ ରୁ ଛାତି ଜଳାପୋଡ଼ା ପରି ସମସ୍ୟା ବି ଦେଖିବାକୁ ମିଳିଥାଏ I ତେଣୁ ଆପଣ ଜାଇଫଳ କୁ ଗୁଣ୍ଡ କରିକି ଏହା ର ଗୁଣ୍ଡ ପାଣି ରେ ସେବନ କରିବା ଉଚିତ I ଏହା ଦ୍ୱାରା ଏସିଡ଼ିଟି ପରି ସମସ୍ୟା କୁ ଦୂର କରିଥାଏ I

ଥଣ୍ଡା ଜ୍ୱର

ଜାଇଫଳ ଦ୍ୱାରା ଆପଣ ଙ୍କ ର ଥଣ୍ଡା ଜ୍ୱର ଆଦି ସମସ୍ୟା ରୁ ରକ୍ଷ୍ୟା ମିଳିଥାଏ I ଏହା କୁ ଭଲ ଆୟୁବେଦିକ ଔଷଧ ବୋଲି ଲୋକେ ମାନିଥାନ୍ତି I ଏହି ଜାଇଫଳ କୁ କପଡା ରେ ବାନ୍ଧି ଶୁଙ୍ଘିବା ଦ୍ୱାରା ଥଣ୍ଡା ଜ୍ୱର ଆଦି ସମସ୍ୟା ଦୂର ହେଇଥାଏ I